Home Isolation Rules in case of Covid positive
Home Isolation Guideline for Covid 19 Positive Case
କରୋନା ରୋଗୀଙ୍କ ଘରୋଇ ପୃଥକ ବାସ ରେ ରହିବା ପାଇଁ ନୂତନ ନିୟମ
୧) କେଉଁମାନେ ପୃଥକ ବାସରେ ରହିବେ ?
-
କରୋନା ଟେଷ୍ଟ ପରେ ଯାହାର କୋଭିଡ ଲକ୍ଷଣ ନଥିବ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବ।
୨) ଗୃହପୃଥକ ବାସ କଣ ପାଇଁ ଦରକାର?
-
ପରିବାରର ଅନ୍ୟମାନଙ୍କୁ ସଂକ୍ରମଣରୁ ଦୁରେଇ ରଖିବା ପାଇଁ ଅଲଗା ଘରେ ପୃଥକ ହୋଇ ସର୍ବନିମ୍ନ ୭ ଦିନ ରୁହନ୍ତୁ।
୩) ରୋଗୀ କଣ କରିବେ , କଣ କରିବେ ନାହିଁ?
-
ଭଲ ବାୟୁ ଚଳାଚଳ ଘରେ ରହିବେ।
-
ଅଲଗା ପାଇଖାନା ବ୍ୟବହାର କରିବେ, ନଥିବା ସ୍ଥଳେ ବ୍ୟବହାର ପରେ ଭଲଭାବରେ ବ୍ଳଚିଙ୍ଗ ପାଣିରେ ସଫାକରିବା ଉଚିତ।
-
ସର୍ବଦା ତିନି ଲେୟର ବିଶିଷ୍ଟ ମାସ୍କ ପିନ୍ଧିବେ। ଏବଂ ବ୍ୟବହୃତ ମାସ୍କ ଠିକ ଭାବରେ ବିଶୋଧନ କରିବେ କିମ୍ବା ବନ୍ଦ ଡ଼ଷ୍ଟବିନରେ 72 ଘଣ୍ଟା ରଖିବା ପରେ ବାହାରେ ପତିବା।
-
ବିଶ୍ରାମ ନିଅନ୍ତୁ ଏବଂ ପ୍ରଚୁର ପାନୀୟ ପିଅନ୍ତୁ।
-
ହାତ ବାରମ୍ବାର ସବୁନରେ ଧୁଅନ୍ତୁ କିମ୍ବା ସାନିଟାଇଜର ବ୍ୟବହାର କରନ୍ତୁ।
-
ହାଲୁକା ପୁଷ୍ଟିକର ଖାଦ୍ୟ ଖାଇବେ, ବିଶ୍ରାମ ନେବେ ଏବଂ ମନ ଖୁସିରେ ରହିବେ।
-
ସକ୍ଷମ ଥିଲେ ପଲସ ଅକ୍ସିମିଟର କିଣି ନିଜର ରକ୍ତରେ ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ ଏବଂ ୯୩% ରୁ କମିଲେ ତୁରନ୍ତ ଡାକ୍ତରୀ ଦଳଙ୍କୁ ଜଣାନ୍ତୁ।
-
ନିଜର ତାପମାତ୍ରା ନିଜେ ଦୈନିକ ଯାଞ୍ଚ କରି ନିଅନ୍ତୁ ଯଦି ୩ ଦିନ ବେଶୀ ଜ୍ଵର ରହୁଛି, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି, ଛାତିରେ ଯନ୍ତ୍ରଣା କିମ୍ବା ଛାତି କୁ ଚାପି ଦେଲା ଭଳି ଲାଗିଲେ, ରୋଗୀ ଘୁମାଇବା ଭଳି ହେଲେ କିମ୍ବା ଡାକିଲେ ନ ଶୁଣିଲେ, ଅତ୍ୟଧିକ ହାଲିଆ ଲାଗିଲେ କିମ୍ବା ଦେହହାତ ଅସହ୍ୟ ଘୋଳାବିନ୍ଧା ହେଲେ, ତୁରନ୍ତ ଫୋନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବେ।
ରୋଗୀ କଣ କରିବେ , କଣ କରିବେ ନାହିଁ
-
ନିଜେ ବ୍ୟବହାର କରୁଥିବା ଜିନିଷ ଏପରିକି ବାସନ କାହାକୁ ଦିଅନ୍ତୁ ନାହିଁ।
-
ନିଜେ ଅନ୍ୟକାହାରି କୋଠରୀଙ୍କୁ ଯିବେ ନାହିଁ କି ଅନ୍ୟଙ୍କୁ ଉକ୍ତ କୋଠରୀକୁ ଆସିବାକୁ ଦିଅନ୍ତୁ ନାହିଁ।
-
ଯେଉଁ ଜିନିଷ ବ୍ୟବହାର କରୁଛନ୍ତି ତାକୁ ସଫା କରିବାକୁ ଭୁଲନ୍ତୁ ନାହିଁ।
୪) ପୃଥକ୍ ବାସରେ ରହୁଥିବା ରୋଗୀଙ୍କୁ ଦେଖା ଶୁଣା କରିବା ପାଇଁ ପରିବାର ଜଣେ ସଦସ୍ୟ ଦାୟିତ୍ବ ରେ ରହିବେ। ଉକ୍ତ ସହାୟକ ସଦସ୍ୟ ପୃଥକବାସର ନିୟମ ଭଲଭାବରେ ବୁଝିବା ଉଚିତ। ସେ ଗ୍ଲୋବସ, ମାସ୍କ ନିଶ୍ଚିତ ପିନ୍ଧିବେ ଏବଂ ରୋଗୀଙ୍କ କୌଣସି ସାମଗ୍ରୀ ଛୁଇଁଥିଲେ ତୁରନ୍ତ ହାତ ସବୁନରେ ଧୋଇବେ।
ଗୃହପୃଥକ ବାସରେ ଥିବା ରୋଗୀଙ୍କ ପାଇଁ ଚିକିତ୍ସା
-
ଜ୍ଵର ପାଇଁ ପରସିଟାମଲ 650ମିଲି ଗ୍ରାମ ପ୍ରତି 6 ଘଣ୍ଟା କିମ୍ବା 8 ଘଣ୍ଟା ରେ ଥରେ ବୟସ୍କ ବ୍ୟକ୍ତି ଖାଇପାରିବେ। 12 ବର୍ଷରୁ କମ ପିଲାମାନେ ଡ଼ାକ୍ତରଙ୍କ ପରାମର୍ଶ ରେ ଖାଇବେ।
-
ଅନ୍ୟ ଯେକୌଣସି ଔଷଧ କେବଳ ଡାକ୍ତରଙ୍କ ପରାମର୍ଶ ପରେ ଖାଇବେ।
-
ବିନା ପରାମର୍ଶ ରେ ବଜାରରୁ କିଣି କୌଣସି ଔଷଧ ଖାଇବେ ନାହିଁ।