Pulse Polio Programme in Kanas Block

ପ୍ରଥମ ଦିନରେ କଣାସ ବ୍ଳକରେ ୧୧ ହଜାର ୭୬୪ ଜଣ ଶିଶୁ ପୋଲିଓ ବୁନ୍ଦା ଖାଇଲେ

କଣାସ --- ପୁରୀ ଜିଲ୍ଲାର କଣାସ ବ୍ଳକରେ ପ୍ରଥମ ଦିନରେ ୧୧ ହଜାର ୭୬୪ ଜଣ ପିଲା ପୋଲିଓ ବୁନ୍ଦା ଖାଇଥିବା ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ଧନେଶ୍ୱର ସ୍ୱାଇଁଙ୍କ ଠାରୁ ପ୍ରକାଶ । ୫୩ଟି ପୋଲିଓ ବୁଥ ଏବଂ ୨ଟି ଟ୍ରାନଜିଟ ପୋଲିଓ ବୁଥରେ ମୋଟ ୨୧୬ ଜଣ ପୋଲିଓ କର୍ମୀ ଜନ୍ମରୁ ପାଞ୍ଚ ବର୍ଷିଆ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେଇଥିଲେ। ୧୧ ଜଣ ପୋଲିଓ ସୁପରଭାଇଜର ବିଭିନ୍ନ ପୋଲିଓ ବୁଥକୁ ବୁଲି ନିରୀକ୍ଷଣ କରୁଥିବା ବେଳେ ବ୍ଲକ ସ୍ତରରୁ ଅଧିକ୍ଷକ ଡାକ୍ତର ରମେଶ ଚନ୍ଦ୍ର ବେହେରା, ବିପିଏମ ଧନେଶ୍ୱର ସ୍ୱାଇଁ ପୋଲିଓ କାର୍ଯ୍ୟକୁ ତଦାରଖ କରୁଥିଲେ। ଜିଲ୍ଲା ସ୍ତରରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରକଳ୍ପ ପରିଚାଳକ ଶ୍ରୀ ଟି. ନାରାୟଣ ରାଓ କଣାସ ବ୍ଳକର ବିଭିନ୍ନ ପୋଲିଓ ବୁଥ ଓ ନନ୍ଦିଗଦା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ବ୍ଲକ ସ୍ତରରେ ଶ୍ରୀ କଳିଙ୍ଗ କୁମାର ଉପାଧ୍ୟାୟ ଓ ସବିତା ବିଟ ଏବଂ ସେକ୍ଟର ସ୍ତରରେ ସଂଜୁରାଣୀ ଦIଶ, ସୁବାସିନୀ ନାୟକ, ରେଣୁବାଳା ମହାପାତ୍ର ପ୍ରମୁଖ ଟୀକା ସଂରଣକ୍ଷ ଓ ଟୀକା ପ୍ରେରଣ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ।

ଚିକିତ୍ସାଧିକାରୀ ଡାକ୍ତର ସମ୍ବିତ ରଂଜନ ଜେନା ଓ ଡାକ୍ତର ବିଶ୍ୱରଞ୍ଜନ ଜେନା ବିଭିନ୍ନ ପୋଲିଓ ବୁଥ ବୁଲି ଦେଖିଥିଲେ। ଜନସ୍ୱାସ୍ଥ୍ୟ ସମ୍ପ୍ରସରଣ ଅଧିକାରୀ ଶ୍ୟାମସୁନ୍ଦର ହେମ୍ବ୍ରମ ପ୍ରସାର ପ୍ରଚାର କାର୍ଯ୍ୟ ସମାପନ କରିଥିଲେ। ସକାଳ ୮ ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୋଲିଓ ବୁଥ ଗୁଡିକ ଖୋଲା ରହିଥିଲା ।

ଆସନ୍ତା ସୋମ ଓ ମଙ୍ଗଳବାର ଦିନ ଆଶା, ଅଙ୍ଗନବାଡି କର୍ମୀ ମାନେ ଘର ଘର ବୁଲି ଯେଉଁ ଶିଶୁମାନେ ପୋଲିଓ ବୁନ୍ଦା ଆଜି ଖାଇପାରି ନଥିବେ ସେମାନଙ୍କୁ ଯାଞ୍ଚ କରିବା ସହିତ ପୋଲିଓ ବୁନ୍ଦା ଖାଇବାକୁ ଦେବେ।

ଯେଉଁ ପିଲାମାନେ ପୋଲିଓ ବୁନ୍ଦା ପାଇ ନାହାନ୍ତି ସୋମ ଓ ମଙ୍ଗଳବାର ଦିନ ନିଜ ନିଜର ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଡାକ୍ତର ରମେଶ ଚନ୍ଦ୍ର ବେହେରା ଜନସାଧରଣଙ୍କୁ ଅନୁରୋଧ କରିଛନ୍ତି।